ଦିବଂଗତଙ୍କ ଉଦ୍ଦେଶ୍ୟରେ ପ୍ରଥମାର୍ଦ୍ଧ ମୁଲତବୀ
ଭୁବନେଶ୍ୱର : ଦିନ ୧୧ଟାରେ ଜାତୀୟ ସଂଗୀତ ଗାନରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଦିବଂଗତ ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ରମେଶ ସୋରେନ୍, ନିବେଦିତା ପ୍ରଧାନ, କୁମର ବେହେରା ଏବଂ ସହିଦ ଦେବାଶିଷ ବିଶ୍ୱାଳ, ସୁଶାନ୍ତ କୁମାର ଖୁଂଟିଆ ଓ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିବା ସହ ସ୍ମୃତିଚାରଣ କରିଥିଲେ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବାଚସ୍ପତି ପ୍ରମିଳା ମଲ୍ଲିକ ସ୍ମୃତିଚାରଣ କରିବା ପରେ ଗୃହରେ ଦିବଂଗତଙ୍କ ଉଦ୍ଦେଶ୍ୟରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଗୃହକୁ ୧୧ଟା ୨୨ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।
