ପୁଣି ଦନ୍ତା ହାତୀର ମୃତ୍ୟୁ

Sep 21, 2023 - 06:04
 6
ପୁଣି ଦନ୍ତା ହାତୀର ମୃତ୍ୟୁ

ନରସିଂହପୁର: ନରସିଂହପୁର ଜଙ୍ଗଲରେ ପୁଣି ଦନ୍ତା ହାତୀ ମୃତ୍ୟୁ। ମାତ୍ର ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ଘଟଣାକୁ ଗଣମାଧ୍ୟମକୁ ସୂଚନା ନ ଦେଇ ପୋତି ଦେଇଥିବା ଅଭିଯୋଗ ହୋଇଛି। ନରସିଂହପୁର ପୂର୍ବ ବନବିଭାଗ ଅଧୀନ ଚତରାପଦା ସେକ୍ସନ ପାଞ୍ଚଗୋଛିଆ ଖଳିମାଟି ଘେସେରା ଜଙ୍ଗଲରେ ଗୋଟିଏ ୬ ବର୍ଷର ଦନ୍ତା ହାତୀର ଗଳିତ ଶବ ଗତ ୧୮ ତାରିଖରେ ଉଦ୍ଧାର ହୋଇଥିଲା। ସ୍ଥାନୀୟ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମୃତ ଦନ୍ତା ହାତୀର ମୃତଦେହ ଦେଖିଥିଲେ। ଦନ୍ତା ହାତୀ ଟି ପ୍ରାୟ ୧୫ ଦିନ ପୂର୍ବରୁ ମରିଥିବା ମୃତ ହାତୀର ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି। ଗଣମାଧ୍ୟମକୁ ଲୁଚାଇ ୧୯ ତାରିଖ ଗଣେଷ ପୂଜା ଦିନ ଶବ ବ୍ୟବଛେଦ କରି ହାତୀକୁ ତରବରିଆ ଭାବେ ପୋତି ଦିଆଯାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଛି ବନ ବିଭାଗ। ଏନେଇ ପୁର୍ବ ବନ ବିଭାଗ ରେଞ୍ଜର ସୁବାଷ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ଗୋଟିଏ ଛୋଟ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି ବୋଲି କହିଛନ୍ତି। ଡିଏଫ୍ଓ ଏବଂ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରଯାଇଛି ବୋଲି ରେଞ୍ଜର ଶ୍ରୀ ରାଉତ କହିଛନ୍ତି।