ନୂଆ ବର୍ଷରେ ଲାଗୁ ହେଲା ନୂଆ ନିୟମ, ବନ୍ଦ ହୋଇପାରେ Gmail ଆକାଉଣ୍ଟ

Gmail account may be closed in the new year

Jan 1, 2024 - 11:00
 9
ନୂଆ ବର୍ଷରେ ଲାଗୁ ହେଲା ନୂଆ ନିୟମ, ବନ୍ଦ ହୋଇପାରେ Gmail ଆକାଉଣ୍ଟ

ଜାଗ୍ରତ ୨୪ News : ଡିସେମ୍ବର ମାସ ଶେଷ ହୋଇଛି । ଆଜିଠାରୁ ନୂଆ ବର୍ଷ ଆରମ୍ଭ ହୋଇଛି | ପ୍ରତ୍ୟେକ ମାସର ପ୍ରଥମ ଦିନରେ ଦେଶରେ ଅନେକ ପରିବର୍ତ୍ତନ ଘଟେ | ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିଥାଏ | ଏଭଳି ପରିସ୍ଥିତିରେ, ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ସଚେତନ ହେବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ଜାନୁଆରୀ ୧ ରୁ ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି | ଏଗୁଡ଼ିକ ସିଧାସଳଖ ଆପଣଙ୍କ ପକେଟ ସହିତ ଜଡିତ | ତାହାଲେ ଜାଣନ୍ତୁ ସେ ସବୁ ପରିର୍ତ୍ତନ କ’ଣ । 

ଇନଆକ୍ଟିଭେଟ UPI ID ବ୍ୟବହାର କରିପାରିବେ ନାହିଁ

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ NPCI ନୂଆ ବର୍ଷରୁ ଏକ ନୂଆ ନିୟମ କାର୍ଯ୍ୟକାରୀ କରୁଛି | ଏହା ଅଧୀନରେ, ଏକ କିମ୍ବା ଅଧିକ ବର୍ଷ ଧରି ଆକ୍ଟିଭ ନଥିବା UPI ID ଗୁଡିକ ବ୍ଲକ୍ କରାଯିବ |

ଜାନୁଆରୀ 1 ରେ LPG ରେଟ ଅପଡେଟ୍ ହେବ

ନୂଆ ବର୍ଷ LPG ଗ୍ରାହକଙ୍କ ପାଇଁ ଆରାମ ଆଣିବ କି? LPG ହାର ସାଧାରଣତଃ  ପ୍ରତ୍ୟେକ ମାସର ୧ ତାରିଖରେ ପରିବର୍ତ୍ତନ ହୁଏ | ଏହି କ୍ରମରେ, ଆଜି LPG ସିଲିଣ୍ଡରର ନୂଆ ରେଟ ପ୍ରକାଶ ପାଇବ | ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ପେଟ୍ରୋଲିୟମ କମ୍ପାନୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୨୦. ୫୦ ଟଙ୍କା ହ୍ରାସ କରିଥିଲେ।

Gmail ଆକାଉଣ୍ଟ ବନ୍ଦ ହୋଇପାରେ

ଯଦି ଆପଣ ୧ରୁ ୨ ବର୍ଷ ଧରି ଆପଣଙ୍କର Gmail ଆକାଉଣ୍ଟ ବ୍ୟବହାର କରିନାହାଁନ୍ତି, ତେବେ ଆପଣଙ୍କର ଆକାଉଣ୍ଟ ବନ୍ଦ ହୋଇପାରେ | ଗୁଗୁଲର ଏହି ନିୟମ କେବଳ ବ୍ୟକ୍ତିଗତ ଆକାଉଣ୍ଟ ପାଇଁ ପ୍ରଯୁଜ୍ୟ ହେବ | ବ୍ୟବସାୟ ଆକାଉଣ୍ଟରେ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ |