ପେଣ୍ଠକଟାରେ ବୋମା ବିସ୍ଫୋରଣ

Sep 2, 2023 - 07:04
 2
ପେଣ୍ଠକଟାରେ ବୋମା ବିସ୍ଫୋରଣ

ପୁରୀ : ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ନିକଟରେ ଅଘଟଣ । ପେଟ୍ରୋଲ ପମ୍ପ ପଛରେ ଥିବା ଏକ ମାଛ ଧରା ଡଙ୍ଗାରେ ବୋମା ବିସ୍ଫୋରଣ ହୋଇଛି ।

ଖବର ଅନୁଯାୟୀ, ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ପଛ ପଟେ ଶନିବାର ଦିନ ଏକ ଅଘଟଣ ଘଟିଯାଇଛି । ହଠାତ୍‌ ପେଟ୍ରୋଲ ପମ୍ପ ପଛ ପଟେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ପାଖରେ ଥିବା ଡଙ୍ଗାଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଏହାବ୍ୟତୀତ ଏକ ବୁଲା କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ତେବେ ବିସ୍ଫୋରଣ ପରେ କୁକୁର ସହ ଡଙ୍ଗାର ଭଗ୍ନ ଅଂଶ ୨ ମିଟର ଯାଏଁ ପଡିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ପୁରା ଭୟଭୀତ ଅବସ୍ଥାରେ ରହିଛି । ଏହି ସ୍ଥାନକୁ ବୋମା କିପରି ଆସିଲା, ସେନେଇ ଛାନ୍‌ଭିନ୍‌ ଜାରି ରହିଛି । କେହି ଦୁର୍ବୁତ୍ତ ବୋମା ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ବୁଲା କୁକୁରଟି ବୋମାକୁ ସୁଙ୍ଗୁଥିବା ବେଳେ ଏହା ଫୁଟିଥିବା ସନ୍ଦେହ କରାଯାଉଛି