ଏଣିକି ମୋବାଇଲ୍‌ରେ ହେବ ଆର୍‌ଟିଓ କାମ

Aug 22, 2023 - 08:47
 2
ଏଣିକି ମୋବାଇଲ୍‌ରେ ହେବ ଆର୍‌ଟିଓ କାମ

କଟକ : ସାଧାରଣ ଲୋକଙ୍କୁ ପରିବହନ ଜନିତ କାର୍ଯ୍ୟ ପାଇଁ ଏବେ ଆଉ ପରିବହନ ଅଫିସ୍‌ ବା ଆର୍‌ଟିଓକୁ ଯିବାକୁ ପଡିବ ନାହିଁ । କାହିଁକି ନା ମୋବାଇଲ୍‌ରେ ହିଁ ଆପଣ ସରକାରଙ୍କର ଏହିସବୁ ସୁବିଧା ପାଇପାରିବେ । ଆପଣ ଘରେ ବସି ୭ଟି ସେବାର ସୁବିଧା ପାଇପାରିବେ । ତେବେ ମୋବାଇଲ୍‌ରେ ଏମ୍‌-ପରିବହନ ଆପ୍‌ ଡାଉନ୍‌ଲୋଡ୍‌ କରି ଆପଣ ୭ଟି ସେବା ଯଥା ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସର ରିନୁଆଲ୍‌ ବା ନବୀକରଣ , ଡିଏଲ୍‌ ପାଇଁ ପୁନଃ ଆବେଦନ, ଡିଏଲ୍‌ରେ ଠିକଣାର ପରିବର୍ତ୍ତନ, ଗାଡି ଓନରସିପ୍‌ ଟ୍ରାନ୍ସଫର୍‌, ଗାଡି ପରମିଟ୍‌ ଏନ୍‌ଓସି, ଗାଡି ରେଜିଷ୍ଟ୍ରେସନ୍‌ ବା ନବୀକରଣ ପାଇଁ ଆବେଦନ ଭଳି ସେବା ପାଇପାରିବେ ।