ବିବାହ ବନ୍ଧନରେ ବାନ୍ଧିହେଲେ ରାଘବ ଓ ପରିଣିତି

Sep 25, 2023 - 06:56
Sep 25, 2023 - 14:10
 3
ବିବାହ ବନ୍ଧନରେ ବାନ୍ଧିହେଲେ ରାଘବ ଓ ପରିଣିତି

ଭୁବନେଶ୍ୱର : ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ହୋଇଛି। ଦୁଇ ପରିବାରର ସଦସ୍ୟ, ବନ୍ଧୁବାନ୍ଧବଙ୍କ ସମେତ ବଲିଉଡ଼ ତାରକା, ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ବହୁଚର୍ଚ୍ଚିତ ବାହାଘରରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଆପ୍‌ର ରାଜ୍ୟସଭା ସାଂସଦ ସଂଜୟ ସିଂହ, ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ଭାଗ୍ୟଶ୍ରୀ ପ୍ରମୁଖ ପ୍ରମୁଖ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି।

ତେବେ ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ବାହାଘରରେ ଯୋଗ ଦେଇପାରି ନାହାନ୍ତି। ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରାଙ୍କୁ କିନ୍ତୁ ଦେଖିବାକୁ ମିଳିଛି। ପତି ଓ ପତ୍ନୀ ଭାବେ ରାଘବ ଏବଂ ପରିଣୀତିଙ୍କ ଫଟୋ ଦେଖିବାକୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଜାଇନର ମନିଷ ମାଲହୋତ୍ରାଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପରିଣୀତି ପିନ୍ଧିଥିଲେ। ରାଘବ ଇଣ୍ଡୋ-ୱେଷ୍ଟର୍ଣ୍ଣ ଏଥ୍‌ନିକ ପୋଷାକ ପିନ୍ଧିଥିଲେ।