ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

Sep 28, 2023 - 07:37
 5
ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

ଭୁବନେଶ୍ୱର: ବିଧାନସଭାରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ବିରୋଧରେ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ନରସିଂହ ମିଶ୍ର । ନରସିଂହଙ୍କ ଅଭିଯୋଗ ଅନୁଯାୟୀ, ବଲାଙ୍ଗୀରରେ ହେଉଥିବା ସରକାରୀ କାର୍ୟ୍ୟକ୍ରମରେ ମୋତେ ନିମନ୍ତ୍ରଣ କରାଯାଉନାହିଁ । କାହିଁକି ନିମନ୍ତ୍ରଣ ଦିଆଯାଉନାହିଁ ତାହା ମଧ୍ୟ ଜଣାନାହିଁ । ତେଣୁ ବାଚସ୍ପତି ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ।

ଏହାସହ ନରସିଂହ କହିଛନ୍ତି, କୌଣସି ସରକାରୀ କାର୍ୟ୍ୟକ୍ରମରେ ଡକାନଯିବା କେବଳ ମୋର ନୁହେଁ ବରଂ ସମସ୍ତ ବିଧାୟକଙ୍କର ଅପମାନ । ତେଣୁ ତୁରନ୍ତ ବାଚସ୍ପତି ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି କହିଛନ୍ତି । ଅନ୍ୟପଟେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ତଦନ୍ତ ପରେ ଏହା ପଛରେ କଣ କାରଣ ରହିଛି ତାହା ଜଣାଇବି ।