ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ
ରାଉରକେଲା : ଆସିଷ୍ଟାଣ୍ଟ କଲେକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ । ଆସିଷ୍ଟାଣ୍ଟ କଲେକ୍ଟର ସସ୍ମିତା ମିଞ୍ଜ । ରାଉରକେଲା ADM ଅଫିସ ରେ ଥିଲେ ଆସିଷ୍ଟାଣ୍ଟ କଲେକ୍ଟର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ୩୫ ବର୍ଷୀୟ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି ।
ସ୍ଥାନୀୟ ସେନ୍ସୋରୀ ପାର୍କ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମୃତଦେହ ପୋଲିସ୍ ଜବତ କରିଥିବାବେଳେ ବୁଧବାର ପରିଚୟ ସ୍ପଷ୍ଟ ହୋଇଛି । ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି । ଅନ୍ୟପଟେ ପୋଲିସ୍ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଖୋଳତାଡ଼ ଆରମ୍ଭ କରିଛି ।
