କାର ଅଟୋ ମୁହାଁମୁହିଁ ଧକ୍କା, ଅଟୋ ଚାଲାକ ମୃତ
କାର ଅଟୋ ମୁହାଁମୁହିଁ ଧକ୍କା, ଅଟୋ ଚାଲାକ ମୃତ
ଅଟୋକୁ ଧକ୍କା ଦେଲା କାର,ଘଟଣା ସ୍ଥଳରେ ଅଟୋ ଚାଲାକ ମୃତ l ଏପରି ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ସୁନାଖଳା ଠାରେ l ସୂଚନା ଅନୁସାରେ ଗତକାଲି ବିଳମ୍ବତ ରାତିରେ ସୁନାଖଳାର ଅଟୋ ଚାଳକ ଅଖିଳ ରଣା ବୋଲଗଡରୁ ଭଡାଛାଡି ସୁନାଖଳା ଫେରୁଥିବା ବେଳେ ଏକ ହୁଣ୍ଡାଇ କାର ଆଗପଟୁ ଧକ୍କା ଦେଇଥିଲା l
ଫଳରେ ଘଟଣା ସ୍ଥଳରେ ଅଟୋ ଚାଳକ ଅଖିଳ ରଣା ଙ୍କର ମୃତ୍ୟୁ ହୋଇଥିଲା l ଘଟଣା ସ୍ଥଳରେ ସୁନାଖଳା ଫାଣ୍ଡି ପୋଲିସ ଓ ବୋଲଗଡ ପୋଲିସ ପହଂଚି କାରକୁ ଅଟକ ରଖିବା ସହ ଅଧିକ ତଦନ୍ତ କରୁଛି l
