ଯୁକ୍ତ ୩ରେ ଖାଲିପଡିଛି ୧ଲକ୍ଷ ୧୧ହଜାର ସିଟ୍
ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ସ୍ନାତକ ବା ଯୁକ୍ତ ୩ ନାମଲେଖା ନାମଲେଖା ଶେଷ ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବି ୧ଲକ୍ଷ ୧୧ହଜାର ସିଟ୍ ଖାଲି ପଡିଛି । ରାଜ୍ୟରେ ମୋଟ୍ ୧୦୪୦ ଡିଗ୍ରୀ ମହାବିଦ୍ୟାଳୟରେ ୨,୭୦,୧୬ ସିଟ୍ ରହିଛି । ଗତ ଜୁଲାଇ ୧୫ରୁ ଯୁକ୍ତ ୩ ନାବଲେଖା ଆରମ୍ବ ହୋଇଥିଲା । ପ୍ୱର୍ବରୁ ହୋଇଥିବା ୪ଟି ରାଉଣ୍ଡରେ ୧ଲକ୍ଷ ୫୯ ହଜାର ୫୫ ଆସନରେ ନାମଲେଖା ହୋଇସାରିଛି । ତେବେ ଏବେ ବି ୧ଲକ୍ଷ ୧୧ହଜାର ୧୦୮ଠି ସିଟ୍ ଖାଲିପଡିଛି । ଏହି ସିଟ୍ ମଧ୍ୟରୁ କଳାରେ ୪୮,୪୫୪, ଫିଜିକାଲସାଇନ୍ସରେ ୨୬,୫୦, ବାୟୋଲୋଜିକାଲ ସାଇନ୍ସରେ ୧୨,୩୪, ବାଣିଜ୍ୟରେ ୧୭ ହଜାର ୬, ସେଲ୍ଫ ଫାଇନାନ୍ସିଂରେ ୯୮୬ ଓ ସଂସ୍କୃତରେ ୫,୭୫୬ ସିଟ୍ ରହିଛି । +୨ ଭଳି +୩ରେ ମଧ୍ୟ ବଳକା ଆସନ ନିମନ୍ତେ ଦ୍ୱିତୀୟ ପର୍ଯ୍ୟୟ ନାମଲେଖା କରାଯିବ । ଏହି ପର୍ଯ୍ୟୟରେ ଖାଲିଥିବା ସିଟ୍ରେ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ସୁଯୋଗ ଦିଆଯିବ ।
