ଜଘନ୍ୟ ହତ୍ୟାକାଣ୍ଡ:ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ

Sep 2, 2023 - 06:58
 2
ଜଘନ୍ୟ ହତ୍ୟାକାଣ୍ଡ:ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ

ଅନୁଗୁଳ: ଖମାର ଥାନା ପଦାପସି ଗାଁରେ ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ସମୟରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ପଦାପସି ଗାଁରେ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡ଼ଭାଇ। ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିେର ସାନଭାଇ ଖଜୁରି କିସାନ୍(୫୪) ବାରଣ୍ଡାରେ ଶୋଇଥିବା ବେଳେ ବଡ଼ଭାଇ ଗେଣ୍ଡୁ କିସାନ୍(୫୬) ଟାଙ୍ଗିଆରେ ଚୋଟ ପକାଇଥିଲା। ଉଭୟଙ୍କ ଭିତରେ ବେଶ କିଛି ବର୍ଷ ଧରି ଜମିଜମା ବିବାଦ ଲାଗି ରହିଥିଲା। ସାନଭାଇ ଖଜରି ବଡ଼ଭାଇକୁ ମାରିବାକୁ ଧମକ ଦେଇ ଆସୁଥିଲା। ଆଗରୁ ଖଜୁରି ଏକ ହତ୍ୟାକାଣ୍ଡରେ ସଂପୃକ୍ତ ହୋଇ ଜେଲ୍ ଯାଇଥିଲା।ସାନଭାଇକୁ ଟାଙ୍ଗିଆରେ ହାଣିବା ପରେ ବଡ଼ଭାଇ ଗେଣ୍ଡୁ କିସାନ୍ ଗାଁର ଚୌକିଦାର ସହ ଖମାର ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ଖମାର ପୁଲିସ ଘଟଣାର ତଦନ୍ତ କରୁଛି।