ନନ୍ଦନକାନନରେ ପୁଣି ଏକ ଭାଲୁ ମୃତ

Oct 6, 2023 - 06:59
 4
ନନ୍ଦନକାନନରେ ପୁଣି ଏକ ଭାଲୁ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଏକ ମାଈ ଗାଡ଼ଭାଲୁର ଗୁରୁବାର ମୃତ୍ୟୁ ଘଟିଛି । ବୟସାଧିକ୍ୟ କାରଣରୁ ଗାଡ଼ଭାଲୁର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତଦେହ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ କରାଯାଇ ପଠାଯାଇଛି । 

ଗାଡ଼ଭାଲୁକୁ  ପ୍ରାଣୀ ଉଦ୍ୟାନର ଅନ୍ଧାରୀ ଘରେ ରଖାଯାଇଥିଲା । କିଛିଦିନ ହେବ ତା’ ଗୋଡ଼ରେ ଏକ ଘା ହେବାରୁ ପ୍ରାଣୀ ଚିକିତ୍ସାଳୟକୁ  ଆଣି ଚିକିତ୍ସ କରାଯାଉଥିଲା । ପ୍ରତ୍ୟେକ ଦିନ ତା’ ଗୋଡ଼ ଡ୍ରେସିଂ କରାଯିବା ସହ ଆଣ୍ଟିବାୟୋଟିକ ଓ ଭିଟାମିନ  ଦିଆଯାଉଥିଲା । ବୁଧବାର ଭାଲୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିଲା । ଗୁରୁବାର ସକାଳୁ ଅଚେତ ହୋଇପଡ଼ିଥିବା ଦେଖି କର୍ମଚାରୀମାନେ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ । ପ୍ରାଣୀ ଚିକିତ୍ସକ  ଭାଲୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ମୃତ ଘୋଷଣା କରିଥିଲେ