ଯେଉଁଠି ମନ୍ତ୍ରୀ ତମ୍ବୁ ଟାଣିବେ, , ଚୌକି ବୋହିବେ ତାଙ୍କୁ କିଏ ଶୁଣିବ: ନରସିଂହ

Sep 2, 2023 - 07:42
 2
ଯେଉଁଠି ମନ୍ତ୍ରୀ ତମ୍ବୁ ଟାଣିବେ, , ଚୌକି ବୋହିବେ ତାଙ୍କୁ କିଏ ଶୁଣିବ: ନରସିଂହ

ଭୁବନେଶ୍ୱର: ରାଜ୍ୟରେ ଏବେ ମନ୍ତ୍ରୀ, ବିଧାୟକ ଓ ସଚିବଙ୍କ କାର୍ଯ୍ୟଶୈଳୀକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରତ୍ୟେକ ଦିନ ବିଜେଡି ସରକାରଙ୍କୁ ଘେରୁଛନ୍ତି ।  ମନ୍ତ୍ରୀ ଓ ବିଧାୟକ ଚୁପ ବସୁଥିବା ବେଳେ ସଚିବ ନିର୍ବାଚନମଣ୍ଡଳୀ ବୁଲୁଥିବା ବିରୋଧୀ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ଓ ବିଧାୟକମାନେ ବି ସମାଲୋଚନାର ଶିକାର ହେଉଛନ୍ତି । ଆଉ ସେମାନଙ୍କୁ ସମାଲୋଚନା କରିବା ତାଲିକାରେ ଯୋଡ଼ି ହୋଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । 

ଶ୍ରୀ ମିଶ୍ର କହିଛନ୍ତି ଯେ ଲୋକଙ୍କ ଅଭିଯୋଗ ଶୁଣିଲେ ବି ମନ୍ତ୍ରୀ କିଛି କରିପାରିବେ ନାହିଁ । ୫-ଟି ସଚିବ ଗଲେ ତାଙ୍କ କଥା ସମସ୍ତେ ଶୁଣୁଛନ୍ତି । ମନ୍ତ୍ରୀଙ୍କୁ କିଏ ପଚାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ଯେଉଁଠି ମନ୍ତ୍ରୀ ତମ୍ବୁ ଟାଣିବେ, ଚୌକି ବୋହିବେ, ତାଙ୍କୁ କିଏ ଶୁଣିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।