ନାଁ ନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍ ! ସେବା ନାଁରେ କରୁଥିଲେ ନିଜ ସ୍ୱାର୍ଥ ସାଧନ

Aug 26, 2023 - 09:32
 2
ନାଁ ନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍ ! ସେବା ନାଁରେ କରୁଥିଲେ ନିଜ ସ୍ୱାର୍ଥ ସାଧନ

ଭୁବନେଶ୍ୱର: ଗଞ୍ଜାମ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଟାର୍ଗେଟ୍। ନାଁ ନେଇ ସଭା ମଞ୍ଚରେ ବର୍ଷିଲେ ପାଣ୍ଡିଆନ। ଲୋକ ପ୍ରତିନଧି କୋଭିଡ୍‌ରେ ଲୋକଙ୍କୁ ସହଯୋଗ କରୁ ନଥିଲେ। କୋଭିଡ୍ ସମୟରେ ବାହାରେ ଫସିଥିବା ଗଞ୍ଜାମବାସୀ ଘରକୁ ଫେରନ୍ତୁ ସେ ଚାହୁଁ ନଥିଲେ ବୋଲି ପାଣ୍ଡିଆନ କହିଛନ୍ତି।ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଞ୍ଜାମବାସୀଙ୍କୁ ଘରକୁ ନ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ସେହି ଲୋକ ପ୍ରତିନିଧି।
ଫେରିଲେ ଗଞ୍ଜାମ ସ୍ଥିତି ବିଗିଡ଼ିବ ବୋଲି ସେ ମୁଖ୍ୟମନ୍ତ୍ରୀ କହିବା ସହିତ ତାଙ୍କୁ ଫେରାଇ ଆଣନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣି ନଥିଲେ। ଓଡ଼ିଆଙ୍କୁ ଗଞ୍ଜାମ ଫେରାଇବା ବ୍ୟବସ୍ଥା କରିଥିଲେ ବୋଲି ପାଣ୍ଡିଆନ କହିଛନ୍ତି।
କେବଳ ସେତିକି ନୁହେଁ, କୋଭିଡ୍ ଫେରନ୍ତା ଲୋକଙ୍କ ପାଇଁ ସେ ବିଭ୍ରାନ୍ତ ସୃଷ୍ଟି କରିଥିଲେ। ସୋସିଆଲ୍ ମିଡିଆରେ ନେଗେଟିଭ୍ ମେସେଜ୍ ଦେଇଥିଲେ। ସେବା ନାଁରେ ନିଜ ସ୍ୱାର୍ଥ ସାଧନ କରୁଥିଲେ। ସ୍ୱାର୍ଥ ପାଇଁ ସେବା କଲେ ଭଗବାନ ଅସନ୍ତୁଷ୍ଟ ହୁଅନ୍ତି ବୋଲି ପାଣ୍ଡିଆନ କହିଛନ୍ତି।