ସବୁ ATM ସ୍ବାଭାବିକ ଭାବେ ଚାଲୁଛି, ଗୁଜବକୁ ବିଶ୍ବାସ କର ନାହିଁ: SBI

May 9, 2025 - 13:17
 5
ସବୁ ATM ସ୍ବାଭାବିକ ଭାବେ ଚାଲୁଛି, ଗୁଜବକୁ ବିଶ୍ବାସ କର ନାହିଁ: SBI

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହାରି ଭିତରେ ଅନେକ ମିଥ୍ୟା ଖବର ମଧ୍ୟ ପ୍ରସାରିତ ହେଉଛି । ଏସବିଆଇ ଟଙ୍କା ଉଠାଣକୁ ନେଇ ଏକ ଗୁଜବ ହୋଇଥିଲା । ଏହାରି ଭିତରେ ସ୍ପଷ୍ଟିକରଣ ଦେଇଛି ଏସବିଆଇ ।

ସବୁ ATM ସ୍ବାଭାବିକ ଭାବେ ଚାଲୁଛି କହିଲା SBI  । ସବୁ ATM ସହ ଡିଜିଟାଲ ସେବା ସ୍ବାଭାବିକ ଚାଲୁଛି । କୌଣସି ଗୁଜବକୁ ବିଶ୍ବାସ ନକରିବାକୁ SBI ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଯଦି କୌଣସି ସମସ୍ୟା ରହିଛି ତାହେଲେ ନିକଟସ୍ଥ ବ୍ରାଞ୍ଚକୁ ଯାଇ ଜଣାନ୍ତୁ ବୋଲି କୁହାଯାଇଛି । ନଚେତ୍ ଟୋଲ୍ ଫ୍ରି ନମ୍ବରରେ କଲ୍ କରିବା ପାଇଁ କୁହାଯାଇଛି ।