ଛାତ୍ରଛାତ୍ରୀଙ୍କୁ ଦେଲେ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର 5T ଅଧ୍ୟକ୍ଷ

5T Principal in Baripada gives mantra of self-reliance to students

Dec 19, 2023 - 07:51
 8
ଛାତ୍ରଛାତ୍ରୀଙ୍କୁ ଦେଲେ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର 5T ଅଧ୍ୟକ୍ଷ

ବାରିପଦା: ବାରିପଦାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବାବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି  5T ଅଧ୍ୟକ୍ଷ। ପ୍ରତିବର୍ଷ ନୂଆ-ଓ କାର୍ଯ୍ୟକ୍ରମ କରାଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଇଛନ୍ତି । ପାଠପଢ଼ା ସାଙ୍ଗେ କୋ-କରିକୁଲାର ଆକ୍ଟିଭିଟି ରହିବା ଦରକାର । ଆତ୍ମବିଶ୍ବାସ ରଖିଲେ ଜୀବନରେ ବହୁତ ଆଗକୁ ଯିବ । ହାଇସ୍କୁଲ ପରେ ଏବେ ସବୁ ସ୍କୁଲକୁ 5T କରାଯାଉଛି । ସୁସ୍ଥ ରହିବା ପାଇଁ ଯୋଗ, ବ୍ୟାୟାମ ଓ ସାଇକେଲିଂ କରିବାକୁ ପରାମର୍ଶ ଦେଇଛନ୍ତି । ଫିଜିକାଲ ଫିଟନେସ ରହିଲେ କଠିନ ପରିଶ୍ରମ କରିପାରିବେ । ସୁସ୍ଥ ମସ୍ତିସ୍କ ପାଇଁ ୧୦ରୁ ୧୫ ମିନିଟ୍ ମେଡିଟେସନ କରିବାକୁ ପରାମର୍ଶ । ଜୀବନରେ ଆତ୍ମବିଶ୍ବାସ ବଢ଼ାଉଥିବା ବନ୍ଧୁ ବାଛିବାକୁ ପରାମର୍ଶ । ପିତା, ମାତା, ଗୁରୁଙ୍କୁ ସମ୍ମାନ ଦେବାକୁ ପରାମର୍ଶ ।