ଆଇପିଏଲ ଇତିହାସରେ ପାଟ୍ କମିନ୍ସ ମହଙ୍ଗା ଖେଳାଳି
Pat Cummins is the most expensive player in IPL history
ଦୁବାଇ: ଆଇପିଏଲ ଇତିହାସରେ ମହଙ୍ଗା ଖେଳାଳି ହେଲେ ପାଟ୍ କମିନ୍ସ । ୨୦.୫୦ କୋଟି ଟଙ୍କାରେ କିଣିଲା ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲ ଇତିହାସରେ ଏତେ ଟଙ୍କାରେ କୌଣସି ଖେଳାଳି ବିକ୍ରି ହୋଇ ନଥିବାବେଳେ ପ୍ରଥମ ଖେଳାଳିଭାବେ ୨୦ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ସେପଟେ ଆଇପିଏଲ ନିଲାମୀ ଚାଲିଥିବାବେଳେ ସାର୍ଦ୍ଦୁଲ ଠାକୁରଙ୍କୁ ୪ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଛି । ନ୍ୟୁଜିଲାଣ୍ଡର ଦକ୍ଷ ଅଲରାଉଣ୍ଡର ରାଚିନ ରବିନ୍ଦ୍ରଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ କିଣିଥିବାବେଳେ ୧ କୋଟି ୮୦ ଲକ୍ଷ ଟଙ୍କାରେ ସେ କିଣି ହୋଇଛନ୍ତି ।
