ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ରେ ପ୍ରଥମ ଟି -୨୦ ସିରିଜ
india south africa T-20 series
ଜାଗ୍ରତ ୨୪ News : ଡର୍ବାନ କିଙ୍ଗସମିଡ଼ ରେ ଆଜିଠାରୁ ଦକ୍ଷିଣ ଆଫ୍ରିକା ସହ ଆରମ୍ଭ ହେବ ଟି-୨୦ ସିରିଜ । ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ଦକ୍ଷିଣ ଆଫ୍ରିକାର କିଙ୍ଗସମିଡରେ ଖେଳାଯିବ ଏହି ମ୍ୟାଚ୍ । ଭାରତୀୟ ଟିମ ଏହି ଗସ୍ତ ଅବସରରେ ୩ଟି ଟି-୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ସୂର୍ଯ୍ୟକୁମାର ଯାଦବ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ବ ନେବେ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ଶୁବମନ ଗିଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ଦିନିକଆ ବିଶ୍ବକପ୍ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।ରୋହିତଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ୍ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ବ ନେବେ । ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଆହତ ସମସ୍ୟା ଲାଗି ବାଦ୍ ପଡିଛନ୍ତି ।
