ଉଦଳା ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ ଚାଉଳ

udala jangala ra padichi chula

Dec 10, 2023 - 07:02
 9
ଉଦଳା ଜଙ୍ଗଲରେ ପଡିଛି  ବସ୍ତା ବସ୍ତା ପିଡିଏସ ଚାଉଳ

ଜାଗ୍ରତ ୨୪ News : ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉଥିବା ପିଡିଏସ୍ ଚାଉଳ କେମିତି ଅପବ୍ୟବହାର ହେଉଛି ।  ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଉଦଳାର ବହୂବନ୍ଧ ଜଙ୍ଗଲ ଭିତରେ ୩୦ ବସ୍ତାରୁ ଅଧିକ ପିଡିଏସ୍ ଚାଉଳ ପଡିଥିବାର ଦେଖିବାକୁ ମିଳିଛି ।କୁହାଯାଉଛି କି, ପିଡିଏସ ଚାଉଳକୁ ଏଠାରେ ଲୁଚାଇ ରଖାଯାଇଥାଇ ପାରେ । ଏହି ଚାଉଳକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଛି । ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରୀ ନିମନ୍ତେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଉଳ କେଉଁଠୁ ଆସିଲା ଓ କୁଆଡେ ଯିବାର ଥିଲା ତାହାର ଖୋଳତାଡ ଆରମ୍ଭ କରିଛି ।ଏନେଇ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖାଯାଇଛି  ।