ଇସ୍ରାଏଲ ବ୍ୟବହାର କରୁଛି AI
ISRAIL AI
ଜାଗ୍ରତ ୨୪ News : ଖବର ଅନୁଯାଇ ଇସ୍ରାଏଲ ପ୍ରଥମ ଥର ପାଇଁ ଯୁଦ୍ଧକୁ ଓହ୍ଲାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନସ ବା AI । ଇସ୍ରାଏଲ AI ବ୍ୟବହାର କରି ହମାସ ଆତଙ୍କବାଦୀଙ୍କୁ ନିପାତ କରୁଛି ।ମିଳିଥିବା ସୂଚନା ଅନୁସାରେ, ହମାସର ଟାର୍ଗେଟଗୁଡିକୁ ଠାବ କରିବା ଲାଗି ଇସ୍ରାଏଲ AIର ବ୍ୟବହାର କରୁଛି । ଗାଜାସ୍ଥିତ ହମାସର ବିଭିନ୍ନ ଗୋପନସ୍ଥଳୀକୁ AI ଜରିଆରେ ଠାବ କରି ସେଠାରେ ଆକ୍ରମଣ କରାଯାଉଛି । ବଡକଥା ହେଉଛି ବିଭିନ୍ନ ଗୋପନ ସ୍ଥଳକୁ ଟାର୍ଗେଟ କରିବା କ୍ଷେତ୍ରରେ ସୈନ୍ୟଙ୍କ ଆବଶ୍ୟକ ପଡୁନାହିଁ । AI ଜରିଆରେ ଆକ୍ରମଣ ସମ୍ଭବ ହେଉଛି । ଯୁଦ୍ଧରେ AIର ବ୍ୟବହାର ବିବାଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
