ଆଜିର ଶ୍ରବଣ କୁମାର |

puri srabana kumar

Dec 10, 2023 - 06:33
 16
ଆଜିର ଶ୍ରବଣ କୁମାର |

ଜାଗ୍ରତ ୨୪ News : ଶ୍ରବଣ କୁମାରଙ୍କ କଥା ତ ଆମେ ବହିରେ ପଢିଥିଲୁ । କେମିତି ଦୃଷ୍ଟିହୀନ ବାପାମାଆଙ୍କୁ କାନ୍ଧରେ ବୋହିଥିଲେ । ଏ ତ ଥିଲା ସତ୍ୟ ଯୁଗର କଥା । ହେଲେ କଳିଯୁଗରେ ବି ଅଛନ୍ତି ଏମିତି ଜଣେ ଶ୍ରବଣ କୁମାର । ଏଠି ସେ ବାପାମାଆଙ୍କୁ ନୁହେଁ, ନିଜର ଦୁଇ ଶିଶୁଙ୍କୁ କାନ୍ଧରେ ବୋହି ଆସିଛନ୍ତି ପୁରୀ ।ମାନସିକ ପୂରଣ ହେବା ପରେ ପୁଅ ଝିଅଙ୍କୁ ଭାରାରେ ଆଣିଛନ୍ତି ଜଣେ ଭକ୍ତ । ଜଟଣୀ କୁସୁମାଟିରୁ ଚାଲି ଚାଲି ଆସିଛନ୍ତି ଅଜୟ କୁମାର ଖମାରୀ । ତାଙ୍କ ପୁଅ ଅସୁସ୍ଥ ଥିବାରୁ ଦୀର୍ଘ ଦିନ ଧରି ଆଇସିୟୁରେ ଚିକିତ୍ସା ଚାଲିଥିଲା । ଆଉ ପୁଅ ଭଲ ହେବା ପରେ ପୁଅ ଓ ଝିଅକୁ ଭାରାରେ ଆଣି ଜଗା ଦର୍ଶନ କରାଇଛନ୍ତି |