ଆଜି ଛୁଟି ଦିନରେ ବି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଟଙ୍କା ଗଣୁଛନ୍ତି ଅଧିକାରୀ ।

odisha it raid in bolngiri news

Dec 10, 2023 - 06:12
 8
ଆଜି ଛୁଟି ଦିନରେ ବି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଟଙ୍କା ଗଣୁଛନ୍ତି ଅଧିକାରୀ ।

ଜାଗ୍ରତ ୨୪ News :ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା ।  ଆଜି ରବିବାର ଛୁଟି ଦିନରେ ପୁଣି ଆରମ୍ଭ ହୋଇଛି ଟଙ୍କା ଗଣା । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ । ଆଜି ଟଙ୍କା ଗଣତି ଶେଷ ହେବ ବୋଲି ଆଶା ରଖିଛନ୍ତି ଅଧିକାରୀ । ୨୫ଟି ମେସିନରେ ଟଙ୍କା ଗଣା ଯାଉଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନ୍କୁ ଷ୍ଟାଣ୍ଡବାୟରେ ରଖାଯାଇଛି । ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଯେଉଁ ଟଙ୍କା ବିଡ଼ା ଓଦାଳିଆ ରହିଛି, ତାକୁ ଶୁଖାଇବା ପାଇଁ ଡ୍ରାୟର ବ୍ୟବହାର କରାଯାଉଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।