କୋକେନ ଜବତ ଘଟଣା: କର୍ମଚାରୀଙ୍କ ଭାଷା ବୁଝିବାକୁ ଆସିଲେ ଦୁଇ ଜଣ ଟ୍ରାନ୍ସଲେଟର

paradeep koken news

Dec 9, 2023 - 09:44
 14
କୋକେନ ଜବତ ଘଟଣା: କର୍ମଚାରୀଙ୍କ ଭାଷା ବୁଝିବାକୁ ଆସିଲେ ଦୁଇ ଜଣ ଟ୍ରାନ୍ସଲେଟର

ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣାରେ ତଦନ୍ତ ପାଇଁ ଆସିଲେ ୨ ଜଣ ଟ୍ରାନ୍ସଲେଟର । ଜାହାଜର ସମସ୍ତ ସଦସ୍ୟ ଭିଏତନାମର ହୋଇଥିବାରୁ ତଦନ୍ତରେ ସମସ୍ୟା ହେଉଥିଲା । ଜାହାଜ କର୍ମଚାରୀଙ୍କ ଭାଷା ବୁଝିବା ପାଇଁ ଏହି ଦୁଇଜଣ  ଟ୍ରାନ୍ସଲେଟର ପାରାଦୀପରେ ପହଞ୍ଚିଛନ୍ତି ।  ଜାହାଜରେ ୧୮ ଜଣିଆ ଟିମ୍ ତଦନ୍ତ କରୁଛନ୍ତି । ଏହି ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହୋଇଥିଲା ।

ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଗତ ୨୨ ତାରିଖରେ ପାରାଦୀପରେ ପହଞ୍ଚିଥିଲା ଜାହାଜଟି । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଯାଇଥାନ୍ତା ଡେନମାର୍କ । ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ପ୍ରଥମେ ୮ଟି ପ୍ୟାକେଟ ମିଳିଥିବା ବେଳେ ପରେ ୧୪ଟି ପ୍ୟାକେଟ ପାଇଥିଲେ ଯାଞ୍ଚ କରୁଥିବା ଅଧିକାରୀ । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା । ଏହାପରେ ଜାହାଜକୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଏଥିରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖିଯାଇଛି ।