ରାଜସ୍ଥାନ, MP ଓ ଛତିଶଗଡ଼ ପାଇଁ BJPର ପର୍ଯ୍ୟବେକ୍ଷକ ନିଯୁକ୍ତ |
rajestan mp chatishgarah bjp
୩ ରାଜ୍ୟରେ ବିଜେପିର ବଡ଼ ବିଜୟ ସତ୍ତ୍ବେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ହଟୁନି ପରଦା । ରେଜଲ୍ଟ ପ୍ରକାଶର ୫ ଦିନ ପରେ ବି ବିଜେପି କେନ୍ଦ୍ରୀୟ ନେତୃତ୍ବ ସ୍ଥିର କରିପାରୁ ନାହାନ୍ତି, କାହାକୁ, କେଉଁଠି କରିବେ ମୁଖ୍ୟମନ୍ତ୍ରୀ । କଣ ହୋଇପାରେ ଏହାର କାରଣ ! କଣ ହୋଇପାରେ ଏହାର ପଲିଟିକାଲ୍ ପର୍ମୁଟେସନ୍ ଏବଂ କମ୍ବିନେଶନ |
ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପିର ପର୍ଯ୍ୟବେକ୍ଷକ ନିଯୁକ୍ତ । ରାଜସ୍ଥାନ ପାଇଁ ରାଜନାଥ ସିଂହ, ବିନୋଦ ତାୱଡେ ଏବଂ ସରୋଜ ପାଣ୍ଡେ ନିଯୁକ୍ତି ପାଇଛନ୍ତି । ସେହିପରି ମଧ୍ୟପ୍ରଦେଶ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ. ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ଛତିଶଗଡ଼ ପାଇଁ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୱାଲ, ଦୁଷ୍ୟନ୍ତ ଗୌତମଙ୍କୁ ଦାୟିତ୍ବ ମିଳିଛି । ଖୁବଶୀଘ୍ର ପର୍ଯ୍ୟବେକ୍ଷକମାନେ ସଂପୃକ୍ତ ରାଜ୍ୟ ଗସ୍ତ କରି ବିଧାୟକ ଦଳ ବୈଠକରେ ଯୋଗ ଦେବେ । ନବନିର୍ବାଚିତ ବିଧାୟକଙ୍କ ମତାମତ ଗ୍ରହଣ କରି କେନ୍ଦ୍ରୀୟ ହାଇକମାଣ୍ଡଙ୍କୁ ରିପୋର୍ଟ ପ୍ରଦାନ କରିବେ ।
