ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସସପେଣ୍ଡ ହୋଇଥିବା ସାଂସଦଙ୍କ ଧାରଣା

Congress MPs protest at Gandhi statue

Dec 15, 2023 - 10:11
 7
ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସସପେଣ୍ଡ ହୋଇଥିବା ସାଂସଦଙ୍କ ଧାରଣା

ନୂଆଦିଲ୍ଲୀ ୧୫ / ୧୨ :ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହୋହଲ୍ଲା କରିଥିବା ୧୪ ସାଂସଦଙ୍କୁ ସସପେଣ୍ଡ କରିବା ପ୍ରତିବାଦରେ ତାତିଛନ୍ତି ବିରୋଧୀ ।  ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଗୃହରେ ସରକାର ବିବୃତି ରଖିବା ଦାବି ନେଇ ସାଂସଦମାନେ ହଙ୍ଗାମା କରିବାରୁ ୧୩ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ଗୃହରୁ ସସପେଣ୍ଡ କରାଯାଇଥିଲା। ସେପଟେ ସଂସଦ ଭବନ ବାହାରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସସପେଣ୍ଡ ହୋଇଥିବା ସାଂସଦଙ୍କ ଧାରଣାସ୍ଥଳକୁ ଯାଇ ଭେଟିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ।  ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଗୃହରେ ସରକାର ବିବୃତି ରଖିବା ଦାବି ନେଇ ସାଂସଦମାନେ ହଙ୍ଗାମା କରିବାରୁ ୧୩ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ଗୃହରୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୯, ସିପିଏମର ୨, ଡିଏମକେର ୨, ସିପିଆଇର ଜଣେ ସାଂସଦ। ସେପଟେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟ ନେତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି ।