ସଂସଦରେ ହଟ୍ଟଗୋଳ ପାଇଁ ୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି, ଲୋକସଭାରୁ ୧୪ ଏବଂ ରାଜ୍ୟସଭାରୁ ଜଣେ ସାଂସଦ ସସ୍‌ପେଣ୍ଡ

suspended 15MPs for unruly conduct in Parliament

Dec 14, 2023 - 11:05
 7
ସଂସଦରେ ହଟ୍ଟଗୋଳ ପାଇଁ ୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି, ଲୋକସଭାରୁ ୧୪ ଏବଂ ରାଜ୍ୟସଭାରୁ ଜଣେ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ ୧୪/୧୨  : ସଂସଦରେ ହଟ୍ଟଗୋଳ ତଥା ହୋ ହାଲ୍ଲା ପାଇଁ ସସ୍‌ପେଣ୍ଡ ହେଲେ ୧୫ ସାଂସଦ । ୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି । ଲୋକସଭାରୁ ୧୪ ଏବଂ ରାଜ୍ୟସଭାରୁ ଜଣେ ସାଂସଦ ସସ୍‌ପେଣ୍ଡ ହୋଇଛନ୍ତି । ନିଲମ୍ବିତ ସାଂସଦ ମଧ୍ୟରେ କଂଗ୍ରେସର ୫ ସାଂସଦ ଅଛନ୍ତି। ପାର୍ଲାମେଣ୍ଟର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ସାଂସଦ ।ଗତକାଲି ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରିବାକୁ କଂଗ୍ରେସ ଓ ବିରୋଧୀ ସାଂସଦମାନେ ଦାବି କରୁଥିଲେ । ଏନେଇ କିଛି ସାଂସଦ ସଂସଦ ଭିତରେ ହୋ ହାଲ୍ଲା କରିବା ସହ ପ୍ରକୃତ ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ଅବୈଦ୍ଧ ଆଚରଣ ଭାବେ ଗଣନା କରାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି ।