ଜଳଦସ୍ୟୁଙ୍କ କବଳରୁ ସୁରକ୍ଷିତ ଭାବେ ୧୫ ଜଣ ଭାରତୀୟ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ଜଳଦସ୍ୟୁଙ୍କ କବଳରୁ ସୁରକ୍ଷିତ ଭାବେ ୧୫ ଜଣ ଭାରତୀୟ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

Jan 6, 2024 - 04:58
 11
ଜଳଦସ୍ୟୁଙ୍କ କବଳରୁ ସୁରକ୍ଷିତ ଭାବେ ୧୫ ଜଣ ଭାରତୀୟ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଜଳଦସ୍ୟୁଙ୍କ କବଳରୁ  ୧୫ ଜଣ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ନୌସେନା କମାଣ୍ଡୋ। ସୋମାଲିଆ ଉପକୂଳରୁ ‘MV LILA NORFOLK’ ମାଲବାହୀ ଜାହାଜକୁ ଅପହରଣ କରାଯାଇଥିଲା । ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କର୍ମଚାରୀ ।

ଅପହରଣ ଖବର ମିଳିବା ପରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଥିଲା । ଏହାପରେ ନୌସେନାର ସ୍ୱତନ୍ତ୍ର ମାରିନ କମାଣ୍ଡୋ ବା ମାର୍କୋସ ଅପରେସନ ଆରମ୍ଭ କରିଥିଲେ । ସନ୍ଧ୍ୟା ସୁଦ୍ଧା ଜାହାଜ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ପଣବନ୍ଦୀ ହୋଇ ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିଥିଲେ । ଏମଭି ଲିଲା ନୋରଫୋଲକ ଜାହାଜଟି ବ୍ରାଜିଲର ପୋର୍ଟ ଡୁ ଆକୋରୁ ବାହାରିଥିଲା । ଏହା ବାହାରିନର ଖଲିଫା ବିନ ସଲମାନ ପୋର୍ଟକୁ ଯିବାର ଥିଲା । କିନ୍ତୁ ସୋମାଲିଆ ଉପକୂଳରୁ ୩୦୦ ମାଇଲ ଦୂରରେ ଜଳଦସ୍ୟୁମାନେ ଏହାକୁ କବଜା କରି ନେଇଥିଲେ।