ଆସନ୍ତା ୨୪ ତାରିଖରୁ ରାଜଧାନୀରେ ପଥ ଉତ୍ସବ ଆରମ୍ଭ
Street festival to start in the capital from the 24th
ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଦୁଲୁକିବ ରାଜଧାନୀ, ଝୁମିବେ ଜନତା । ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ରାଜଧାନୀବାସିନ୍ଦା । ମାଷ୍ଟର କ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଂଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ଵିତୀୟ ମଂଚ ନିର୍ମାଣ ହେବାକୁ ବୈଠକରେ ନିଷ୍ପତି ହୋଇଛି ।ଚଳିତ ବର୍ଷ ୩ଗୋଟି ଜୋନ୍ରେ ଏହି ପଥ ଉତ୍ସବ ଅନୁଷ୍ଠିତ ହେବ।
ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍କି ଏଥିରେ ଅଂଶ ଗ୍ରହଣ କରିବେ । ବିଗତ ବର୍ଷଗୁଡିକ ଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍ସି କର୍ତ୍ତୃପକ୍ଷ ବିଶେଷ କରି ଓଡ଼ିଆ ଭାଷା ସଂସ୍କୃତି ଧ୍ୟାନ ଦିଆଯିବାର ଲକ୍ଷ୍ୟ ରଖିଚି ବିଏମ୍ସି । ଆସନ୍ତା ୨୪ ତାରିଖ ରବିବାର ଅର୍ଥାତ୍ ବଡଦିନ ପୂର୍ବରୁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହେବ । ଏହି ପଥୋତ୍ସବକୁ ସୂଚାରରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନରେ ପଥଉତ୍ସବ ଅନୁଷ୍ଠିତ ହେବ । ଏବଂ ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍ରେ ଅନୁଷ୍ଠିତ ହେବ ।
