ମଧୁମେହ ଠାରୁ ପେଟ ଜନିତ ଅନେକ ସମସ୍ୟା ଦୂର କରେ ବେଲପତ୍ର

Aug 23, 2023 - 08:31
 2
ମଧୁମେହ ଠାରୁ ପେଟ ଜନିତ ଅନେକ ସମସ୍ୟା ଦୂର କରେ ବେଲପତ୍ର

ହିନ୍ଦୁ ଧର୍ମରେ ବେଲପତ୍ର ଖୁବ୍‌‌ ପବିତ୍ର ବୋଲି ମାନ୍ୟତା ରହିଛି। ଏହାକୁ ଭଗବାନ ଶିବଶଙ୍କରଙ୍କୁ ଅର୍ପଣ କରାଯାଏ। ପ୍ରଭୁଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହାର ଧାର୍ମିକ ଗୁଣ ସହ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି। ଏହା ଶରୀରର ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ନିୟମିତ ବେଲପତ୍ର ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଜାଣନ୍ତୁ..

ନିୟମିତ ସକାଳେ ଖାଲି ପେଟରେ ବେଲପତ୍ର ସେବନ କରିବା ଦ୍ୱାରା ହୃଦୟ ଜନିତ ସମସ୍ୟା ଦୂର ହୋଇ ହୃଦୟ ସୁସ୍ଥ ରହିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ହୃଦୟକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏହା ଉଚ୍ଚ ରକ୍ତଚାପ ବିପଦକୁ ମଧ୍ୟ କମ୍‌‌ କରିଥାଏ।
ମଧୁମେହ ରୋଗୀଙ୍କ ପାଇଁ ବେଲପତ୍ର କୌଣସି ବରଦାନରୁ କମ୍‌‌ ନୁହେଁ। ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ଖାଲି ପେଟରେ ବେଲପତ୍ର ଖାଆନ୍ତୁ। ଏଥିରେ ଥିବା ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌‌ ଉପକାରୀ।
ବେଲପତ୍ରରେ ଫାଇବରର ମାତ୍ରା ଅଧିକ ରହିଛି। ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ପେଟ ସହ ଜଡିତ ଅନେକ ସମସ୍ୟାକୁ ଏହା ଦୂର କରିଥାଏ। ନିୟମିତ ଖାଲିପେଟରେ ଏହାର ସେବନ କରନ୍ତୁ। ଏହା ଗ୍ୟାଷ୍ଟ୍ରିକ, ଏସିଡିଟି, ବଦହଜମି, କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ।
ଯେଉଁ ମାନଙ୍କର ଅର୍ଶ ସମସ୍ୟା ରହିଛି, ସେମାନେ ଖାଲି ପେଟରେ ବେଲପତ୍ର ସେବନ କରନ୍ତୁ। ଏହା ପାଚନ ତନ୍ତ୍ରକୁ ମଜଭୂତ କରିଥାଏ। ପେଟ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିଥାଏ।
ବେଲପତ୍ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜଭୂତ କରିଥାଏ। ଫଳରେ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ବାରମ୍ବାର ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଦ୍ୱାରା ରୋଗରୁ ଶରୀରକୁ ରକ୍ଷା କରିଥାଏ।