ଜାତିଗତ ଜନଗଣନା ଆଳରେ ରାଜନୈତିକ ଫାଇଦା ପାଇଁ ଚେଷ୍ଟା କରୁଛି କଂଗ୍ରେସ : ଧର୍ମେନ୍ଦ୍ର

Pan India caste census controversy

Oct 10, 2023 - 04:23
 3
ଜାତିଗତ ଜନଗଣନା ଆଳରେ ରାଜନୈତିକ ଫାଇଦା ପାଇଁ ଚେଷ୍ଟା କରୁଛି କଂଗ୍ରେସ : ଧର୍ମେନ୍ଦ୍ର

ଭୁବନେଶ୍ୱର: ଜାତିଗତ ଜନଗଣନା ଆଳରେ ଆଜି କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ଲାଭ ପାଇବା ପାଇଁ ଚେଷ୍ଟା କରୁଛି  । ସ୍ୱାଧୀନତା ପର ଠାରୁ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା । ଜାତିଗତ ଜନଗଣନାର ସାମ୍ବିଧାନିକ ଅଧିକାର କେବଳ କେନ୍ଦ୍ର ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ଏହି ପ୍ରସଙ୍ଗରେ ରାହୁଲ କେବଳ ବିଭ୍ରାନ୍ତିକର କଥା କହୁଛନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ ଗାନ୍ଧି ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଶାସନରେ ରହିବା ପରେ ମଧ୍ୟ କାହିଁକି ଜାତିଗତ ଜନଗଣନା କଲା ନାହିଁ ବୋଲି ଧର୍ମେନ୍ଦ୍ର ପାଲଟା ପ୍ରଶ୍ନ କରିଛନ୍ତି ।