୩୮ବର୍ଷରେ ପାଦ ଦେଲେ ସୋନାକ୍ଷୀ

Jun 2, 2025 - 14:21
 5
୩୮ବର୍ଷରେ ପାଦ ଦେଲେ ସୋନାକ୍ଷୀ

ମୁମ୍ବାଇ : ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ୩୮ବର୍ଷରେ ପାଦ ଦେଲେ ସୋନାକ୍ଷୀ। ତାଙ୍କ ଫିଟସେନକୁ ନେଇ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ସଲମାନଙ୍କ ସହ ’ଦବଙ୍ଗ’ ଫିଲ୍ମରେ ନଜର ଆସିଥିଲେ । କେବଳ ସଲମାନ ନୁହେଁ ବରଂ ଅକ୍ଷୟ କୁମାରଙ୍କ ସମେତ ବଡ ବଡ କଳାକାରଙ୍କ ସହ ମଧ୍ୟ କାମ କରିଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଉନ୍ନତ ଧରଣର ଅଭିନୟ ଦ୍ବାରା ହେଟରସମାନଙ୍କ ମୁହଁକୁ ଚୁପ୍ କରେଇ ପାରିଥିଲେ । କିଛି ଦିନ ପୂର୍ବରୁ ସୋନାକ୍ଷୀ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଆଜି ସେ ତାଙ୍କ ସ୍ବାମୀ ଜାହିର ଇକବାଲଙ୍କ ସହିତ ଖୁସିରେ ରହିଛନ୍ତି । ଆଜିକାଲି ସୋନାକ୍ଷୀ ସିହ୍ନା ଫିଲ୍ମ ସହିତ ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି । ଗୋଟେ ସମୟ ଥିଲା ଯେତେବେଳେ ସୋନାକ୍ଷୀ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ । ସଲମାନ ତାଙ୍କୁ ବଲିଉଡରେ ଏଣ୍ଟ୍ରି କରିବାକୁ ବାଧ୍ୟ କରିବାରୁ ସେ ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ସୋନାକ୍ଷୀ ସିହ୍ନା କିନ୍ତୁ ଫ୍ୟାଶନ ଡିଜାଇନିଙ୍ଗ ପାଠ ପଢିଥିଲେ । ୨୦୦୫ର ମେରା ଦିଲ ଲେକେ ଦେଖୋ ଫିଲ୍ମରୁ ତାଙ୍କ କଷ୍ଟ୍ୟୁମ ଡିଜାଇନିଙ୍ଗ କାମକୁ ମଧ୍ୟ ଆରମ୍ଭ କରିଥିଲେ । ଯାହା ଖୁବ୍ କମ୍ ଲୋକ ସୋନାକ୍ଷୀଙ୍କ ବିଷୟରେ ଏହା ଜାଣନ୍ତି ।ଅନ୍ୟପଟେ ସୋନାକ୍ଷୀ କହିଛନ୍ତି ଯେ, ସେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ବରଂ ଫ୍ୟାଶନ ଡିଜାଇନର ହୋଇ   ଇଣ୍ଡଷ୍ଟ୍ରିରେ ରାଜ କରିବାକୁ ଚାହୁଁଥିଲେ । ତାଙ୍କ ପ୍ରଫେସନକୁ ନେଇ ସେ ଖୁବ୍ ପରିଚିତ ହେବାକୁ ଆଶା ରଖିଥିଲେ । ଦବଙ୍ଗ ଫିଲ୍ମରେ ସେ କିପରି ଏଣ୍ଟ୍ରି କରିଥିଲେ ସେ କପିଲ ଶର୍ମା ଶୋରେ ସେ ତାଙ୍କ କ୍ୟାରିୟର ଅନୁଭୂତି କାହାଣୀକୁ ସେୟାର କରିଛନ୍ତି । ଥରେ ସଲମାନ ତାଙ୍କ ପାଖକୁ ଆସି ସୋନାକ୍ଷୀଙ୍କୁ ଓଜନ କମାଇବାକୁ କହିଥିଲେ । କାରଣ ସେ ତାଙ୍କ ଫିଲ୍ମରେ ସୋନାକ୍ଷୀଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ ସୋନାକ୍ଷୀ ମନା କରିଥିଲେ । ହେଲେ ସୋନାକ୍ଷୀଙ୍କ ଦୃଢ ମନୋବଳକୁ ବଢାଇଥିଲେ ସଲମାନ । ଯାହା ପରେ ସେ ଦବଙ୍ଗ ଗାର୍ଲ ଭାବେ ବେଶ୍ ପରିଚିତ ।