ରୋନାଲ୍ଡୋ ଏବଂ କୋହଲି ବିଶ୍ୱର ଶ୍ରେଷ୍ଠ କ୍ରିକେଟର ଓ ଆଥଲେଟ୍
ronaldo and virat kohli best crickter and athlete in google search engine
ନୂଆଦିଲ୍ଲୀ ୧୩ା୧୨: ୨୫ ବର୍ଷର ସର୍ଚ୍ଚ ହିଷ୍ଟ୍ରି ଗୁଗଲ ପକ୍ଷରୁ ସର୍ବାଧିକ ସର୍ଚ୍ଚ କରାଯାଇଥବା ଖେଳାଳିଙ୍କ ଏକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଶ୍ୱରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଆଥଲେଟଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ରିପୋର୍ଟ ଅନୁସାରେ କୋହଲି ଗତ ୨୫ ବର୍ଷ ମଧ୍ୟରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା କ୍ରିକେଟର ହୋଇପାରିଛନ୍ତି। ସଚିନ୍ ତେନ୍ଦୁଲକର, ଲାରା ଏବଂ ଅନ୍ୟ କ୍ରିକେଟରଙ୍କ ଅପେକ୍ଷା କୋହଲିଙ୍କୁ ସର୍ବାଧିକ ସର୍ଚ୍ଚ କ୍ରିକେଟର ଭାବରେ ଦର୍ଶାଯାଇଛି। ସେହିପରି, ଗତ ୨୫ ବର୍ଷ ମଧ୍ୟରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ଆଥଲେଟ୍ ହେଉଛନ୍ତି ରୋନାଲଡୋ । ତେବେ ରୋନାଲ୍ଡୋ କେବଳ ପ୍ରଥମ ସ୍ଥାନରେ ଅଛନ୍ତି ତାହା ନୁହେଁ ବରଂ ସେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି। ରୋନାଲ୍ଡୋଙ୍କୁ ୧୯୯.୪ ମିଲିୟନ ଲୋକ ସର୍ଚ୍ଚ କରିଛନ୍ତି।
