ମହମ୍ମଦ ସାମି ଅର୍ଜୁନ ପୁରସ୍କାର ପାଇପାରନ୍ତି !
mahammed shami deserving of the arjun award
ନୂଆଦିଲ୍ଲୀ ୧୪/୧୨ : ୨୦୨୩ ବିଶ୍ବକପରେ ଦମଦାର ବୋଲିଂ କରିଥିଲେ ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ମହମ୍ମଦ ସାମି । ମାତ୍ର ଶେଷ ୭ ମ୍ୟାଚରେ ୩୪ ଓ୍ବିକେଟ ଅକ୍ତିଆର କରିଥିବା ସାମିଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ BCCI ପକ୍ଷରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଏକ ଚିଠି ଲେଖାଯାଇଥିବା ସୂଚନା ମିଳିଛି । ସେପଟେ ଅର୍ଜୁନ ପୁରସ୍କାରକୁ ନେଇ ସାମିଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି କି, ଏହା ହେଉଛି ଏକ ସମ୍ମାନଜନକ ପୁରସ୍କାର ।ଭାରତ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ସାମି ଟେଷ୍ଟ ସିରିଜରେ ଖେଳିବେ ।
